ଓଁ ଗଣେଷାୟ ନମଃ
ଶାରଦୀୟ ଉତ୍ସବ ର ପ୍ରଥମ ଅର୍ଘ୍ୟ ଭାବେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ରେ ପୂଜା ପାଆନ୍ତି ବିଦ୍ୟାର ଦେବତା ଆଦିଦେବ ଅଗ୍ରପୂଜ୍ୟ ପ୍ରଭୁ ଗଣେଷ। ଭାରତୀୟ ସଂସ୍କୃତିର ପ୍ରବାହମାନ ଧାରାରେ ଜାତି,ଧର୍ମ,ବର୍ଣ୍ଣ,ସଂପ୍ରଦାୟ ନିର୍ବୀଶେଷ ରେ ବିଘ୍ନରାଜ ବିନାୟକ ସର୍ବପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଷ ନାମରେ ଖ୍ୟାତି ହୋଇଛନ୍ତି।
ବୈଦିକ ମନ୍ତ୍ର ରେ ଗଣପତି ଙ୍କୁ ସର୍ବ ସିଦ୍ଧିଦାତା, ଋଦ୍ଧି ସିଦ୍ଧିଦାତା, ସର୍ବ ମଙ୍ଗଳମୟ ରୂପେ ସ୍ତୁତି କରାଯାଇଛି। ସେ ଏକ ଦନ୍ତ, ଚତୁର୍ଭୁଜ, ବକ୍ରତୁଣ୍ଡ ରୂପେ ଚିତ୍ରିତ ହୋଇ ପୂଜା ପାଇ ଆସୁଛନ୍ତି। ସକଳ ବିଘ୍ନ ହରଣ ନିମିତ୍ତ ଭକ୍ତମାନେ ସଉକ୍ତି ପ୍ରମାଣ ପୂର୍ବକ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରନ୍ତି। ଯେ କୌଣସି ଧାର୍ମିକ ଉତ୍ସବ,ଯଜ୍ଞ ପୂଜା ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ କିମ୍ବା ବିବାହୋତ୍ସମାନଙ୍କର ନିର୍ବିଘ୍ନ ରେ କାର୍ଯ୍ୟ ସଂପନ୍ନ ଲାଗି ସର୍ବପ୍ରଥମେ ଗଣେଷଙ୍କ ପୂଜା କରାଯାଏ।
ନିର୍ବିଘ୍ନ କୁରୁମେଦେବ, ସର୍ବ କାର୍ଯେଷୁ ସର୍ବଦା ।
ମାତା ପାର୍ବତୀ ହଳଦିଗୁଣ୍ଡ ରେ ଏକ ମୁର୍ତ୍ତୀ ତିଆରି କରି ଓ ସେଥିରେ ଜୀବନ୍ୟାଶ ଦେଇ ବିଘ୍ନରାଜ ଗଣେଷ ଙ୍କୁ ନିଜର ପୁତ୍ର ରୂପେ ପାଇଥିଲେ। ଏ କଥା ଭଗବାନ ଆଶୁତୋଶ ଙ୍କୁ ଜଣାନଥିଲା। ଏକଦା ପୁତ୍ର ଗଣେଷ ମାତା ଙ୍କ ଆଦେଶ ମାନି ଦ୍ୱାରପାଳ କାର୍ଯ୍ୟ ତୁଲାଉଥିଲା ବେଲେ ଭଗବାନ ମହାଦେବ ମାତା ପାର୍ବତୀ ଙ୍କୁ ଦେଖା କରିବାକୁ ଆଗ୍ରହ ପ୍ରକାଶ କଲେ। କିନ୍ତୁ ଗଣପତି ମହାଦେବ ଙ୍କୁ ଦେଖାକରିବାକୁ ଅନୁମତି ଦେଇନଥିଲେ।
ଏଥିପାଇଁ ଆଶୁତୋଶ ନିଜ ତ୍ରିଶୂଲ ଦ୍ୱାରା ଗଣେଷ ଙ୍କ ଶିର ଛେଦନ କଲେ। ଯେତେବେଳେ ଶିବ ଜାଣିପାରିଲେ ଗଣେଷ ତାଙ୍କ ପୁତ୍ର ବୋଲି ସେତେବେଳେ ଶିର ଯୋଗାଡ କରିବାକୁ ନିଜର ଶିଷ୍ୟ ମାନଙ୍କୁ ଆଦେଶଦେଲେ। ଶୁଣାଯାଏ ହାତୀ ହେଉଛି ପ୍ରଥମ ପଶୁ ଯାହାଙ୍କୁ ବ୍ରହ୍ମା ତିଆରି କରିଥିଲେ। ମନୁଷ୍ୟ ର ମୁଣ୍ଡ ନମିଳିବାରୁ ଏକ ହାତୀ ର ଶିର ଗଣପତି ଙ୍କ ଦେହରେ ଲଗାଗଲା ଓ ସେହିଦିନ ଠାରୁ ଗଣପତି ଏହି ବେଶରେ ବିଦ୍ୟମାନ।
ଉତ୍କଳରେ ଗଣପତିଙ୍କ ପୂଜାର ପରମ୍ପରା ବହୁ ପ୍ରାଚୀନ। ଉତ୍କଳର ଭୌମ ଓ ସୋମ ବଂଶୀ ଶାସନ କାଳରୁ ଏହି ପର୍ବ ପାଳିତ ହେଉଥିବା ଇତିହାସ ରୁ ଜଣାଯାଏ। ତତ୍କାଳୀନ ସମାଜରେ ଗଣପତି ଉପାସନାର ପ୍ରସାର ଘଟି ଶେଷରେ ସାର୍ବଜନୀନ ଉପାସନାରେ ପରିଣତ ହୋଇଛି।
— ସୀତାସୁ ସେଖର ଗରନାୟକ —
A tribute to the eternal wisdom and grace of Lord Ganesha.
Sing










